ୟୁଗ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ କଳାକାର

ଅଜୟ ଦେବଗନ୍‌ଙ୍କ ସହ କାଜଲଙ୍କ ବୈବାହିକ ଜୀବନ ବେଶ୍‌ ସୁଖମୟ। ଝିଅ ନ୍ୟାସା ଏବଂ ପୁଅ ୟୁଗ୍‌ଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଆଗେଇ ଚାଲିଛି। ଆଜି ଅର୍ଥାତ ଶୁକ୍ରବାର ପୁଅ ୟୁଗ୍‌ଙ୍କ ଜନ୍ମଦିନ। ଏହି ସ୍ପେଶାଲ ଡେ’ରେ କାଜଲ ଏବଂ ଅଜୟ ପୁଅଙ୍କୁ ଶୁଭେଚ୍ଛା ଜଣାଇବା ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି।

ଏଥିରେ କ୍ୟାପ୍‌ଶନ ମଧ୍ୟ ଲେଖିଛନ୍ତି, ‘ତୁମେ ଯେତେବେଳେ ୩ ବର୍ଷର ଥିଲ ସବୁକିଛି ଠିକ୍‌ ଥିଲା। ଯେବେ ୯ ବର୍ଷର ହୋଇଗଲ ସବୁ ଆହୁରି ଭଲ ହୋଇଗଲା। ହ୍ୟାପି ବାର୍ଥ ଡେ’ ୟୁଗ୍‌। କାଜଲଙ୍କ ଭଉଣୀ ତନୀଷା ମୁଖାର୍ଜୀ ମଧ୍ୟ କମେଣ୍ଟ ଦେବାକୁ ଭୁଲିନାହାନ୍ତି। ସେ ଲେଖିଛନ୍ତି, ‘ତୁମେ କେମିତି ଅଛ ୟୁଗ୍‌’। ଅଜୟ ମଧ୍ୟ କ୍ୟାପଶନ୍‌ ଲେଖିଛନ୍ତି, ତୁମେ ବଡ଼ ହୋଇଯିବା ଦେଖି ବହୁତ ଖୁସି ଲାଗୁଛି। ଏମିତି ଦିନ ସବୁବେଳେ ଆସୁ। ଏଥିସହିତ ବଲିଉଡ୍‌ର କଳାକାରମାନେ ମଧ୍ୟ ୟୁଗ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Share