Categories: ଜାତୀୟ

ୟୁଟ୍ୟୁବରୁ ହଟିଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଗୀତ, ଟ୍ରେଲର

ନୂଆଦିଲ୍ଲୀ, ୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ଟ୍ରେଲର ଓ ଗୀତ ୟୁଟ୍ୟୁବରୁ ହଟାଇଦିଆଯାଇଛି। ଫିଲ୍ମକୁ ନେଇ ଲାଗିଥିବା ଝଡର ସମାଧାନ ନ ହେବା ଯାଏଁ ଗୀତ ଓ ଟ୍ରେଲର ପ୍ରସାରଣ ଉପରେ ରୋକ ଲଗାଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୧୧ରେ ଫିଲ୍ମର ରିଲିଜ ପାଇଁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଥିଲେ। କିନ୍ତୁ ନିର୍ବାଚନ କମିଶନ ବିବେକ ଓବେରୟ ଅଭିନୀତ ‘ପିଏମ୍‌ ନରେନ୍ଦ୍ର ମୋଦି’ଙ୍କ ଜୀବନୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ରର ରିଲିଜ ଉପରେ ରୋକ ଲଗାଇଥିଲେ। ନିର୍ବାଚନବେଳେ କୌଣସି ନେତା କିମ୍ବା ଧର୍ମ ଉପରେ ଫିଲ୍ନ ରିଲିଜ ହେଲେ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ଦର୍ଶାଇ ଏହି ବାୟୋପିକ ଫିଲ୍ମ ଉପରେ ରୋକ ଲଗାଇଥିଲେ। ନିର୍ବାଚନ କମିଶନଙ୍କ ରୋକ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଫିଲ୍ମ ନିର୍ମାତା ଉମଙ୍ଗ କୁମାର। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଫିଲ୍ମଟିକୁ ନିଜେ ଦେଖିବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି।

Share