ୟୁଟ୍ୟୁବରେ ୨ କୋଟି ସବ୍‌ସ୍କ୍ରାଇବର୍‌ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଚାରିଆଡେ ୟୁଟ୍ୟୁବ୍‌ର କ୍ରେଜ୍‌। ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ ଖୁସି ହୋଇଥାଉ। କିନ୍ତୁ ଜିମି ଡୋନାଲ୍ଡସନ୍‌ ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବ୍‌ରେ ୨ କୋଟି ସବ୍‌ସ୍କ୍ରାଇବର ହେବାରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରିଛନ୍ତି। ଏହି ଅବସରରେ ସେ ୨ କୋଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କୁ ଗଛ ଲଗାଇବା ପାଇଁ ସଚେତନ କରାଉଛନ୍ତି। ଖାସ୍‌ କରି ନିଜ ସବ୍‌ସ୍କ୍ରାଇବରମାନଙ୍କୁ ଗଛ ଲଗାଇବାକୁ ନିବେଦନ କରୁଛନ୍ତି।

Share