ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ ସାନ ଭାଇ କୋନୋର ହଠାତ୍‌ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେ ଜୋରରେ ଧଇଁସଇଁ ହେବାକୁ ଲାଗିଲେ। ତେବେ ଟିମୋଥି ଏଥିରେ ବିଚଳିତ ନ ହୋଇ ଭାଇର ଜୀବନ ରକ୍ଷା ପାଇଁ ପ୍ରୟାସ କରିଥିଲେ। ସେ ୟୁଟ୍ୟୁବ୍‌ରେ ଦେଖିଥିବା ଉପଚାର ଅନୁସାରେ କନୋରଙ୍କୁ କୃତ୍ରିମ ଉପାୟରେ ମୁହଁଙ୍କୁ ମୁହଁରେ ଲଗାଇ ନିଶ୍ୱାସ ପ୍ରଶ୍ୱାସ ଚିକିତ୍ସା ଆରମ୍ଭ କରିଥିଲେ। କିଛି ସମୟ ପରେ କୋନୋର ସ୍ବାଭାବିକ ହୋଇଥିଲେ। ଟିମୋଥିଙ୍କ ଏହି ଚିକିତ୍ସାର ଭିଡ଼ିଓକୁ ୟୁଟ୍ୟୁବ୍‌ ସିଇଓ ସୁସାନ୍‌ ଓ୍ବୋଜସିକି ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ଏବେ ଏହି ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share