Advertisement

ୟୁଥ୍‌ ରେଡକ୍ରସ୍‌ର ଜିଲା କାର୍ଯ୍ୟକାରୀ ସମ୍ମିଳନୀ

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ୟୁଥ୍‌ ରେଡକ୍ରସ୍‌ର ଏକ ଜିଲାସ୍ତରୀୟ କାର୍ଯ୍ୟକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ମେଜର ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମହମ୍ମଦ ଓମାର ମଲ୍ଲିକ, ଜିଲା ସଂଯୋଜକ (ୟୁଥ୍‌ ରେଡ଼କ୍ରସ୍‌) ଡ. ଆଦିତ୍ୟ ମିଶ୍ର, କାଉନସିଲର ସହଦେବ ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ରେଡ଼କ୍ରସ୍‌ ସମ୍ବନ୍ଧରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଥିଲେ। ସେହିଭଳି ରେଡ଼କ୍ରସ୍‌ର ବିଭିନ୍ନ ସମସ୍ୟା କିପରି ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ସେହିଭଳି ଜିଲାସ୍ତରୀୟ ଶିବିର ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏଥିରେ ୩୩ ଗୋଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲ୍‌ରମାନେ ଯୋଗଦେଇ ମତାମତ ପ୍ରଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share