Categories: ଖେଳ

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ ୧୫ବର୍ଷରୁ କମ୍‌ ଦଳ ଜାମସେଦପୁର ଯାତ୍ରା କରିଛି। ଫାଓ ଏକାଡେମୀ ଦଳ ରେଷ୍ଟ ଅଫ୍‌ ଇଣ୍ଡିଆ ଜୋନରେ ସାମିଲ ହୋଇଛି। ଏହି ଜୋନରେ ଓଡ଼ିଶାର ଅନ୍ୟ ଏକ ଦଳ ଭାବେ କଳିଙ୍ଗନଗର ଫୁଟବଲ ଏକାଡେମୀ ସ୍ଥାନ ପାଇଛି। ଏହାଛଡ଼ା ଜାମସେଦପୁର ଏଫ୍‌ସି, ଧାନବାଦ ଫୁଟବଲ ଏକାଡେମୀ ମଧ୍ୟ ରହିଛନ୍ତି। ଏଏଫ୍‌ସି ବି’ ଲାଇସେନ୍ସପ୍ରାପ୍ତ ନିପେନ୍ଦ୍ର କୁମାର ଦାସ ହେଉଛନ୍ତି ଫାଓ ଏକାଡେମୀ ଦଳର କୋଚ୍‌ ।

ଫାଓ ଏକାଡେମୀ ଦଳ: ସରିକ ରେହମାନ(ଅଧିନାୟକ), ନୱାଶିଷ ନୁର, ଅମ୍ରିତ ସାମଲ, ସେକ୍‌ ସାହିଦ, ୱାଙ୍ଗଡେନ ଲାମା, ପରମେଶ୍ୱର ତିର୍କୀ, ଅନମୋଲ ଲାକ୍ରା, ସୁଶୀଲ ବାରିକ, ପୀୟୂଷ ପଟ୍ଟନାୟକ, ମହମ୍ମଦ ସର୍ଫରାଜ, ରୋହିତ ଟିଗା, ଓସ୍କାର ମିଞ୍ଜ, ବବୁଲ ନାଏକ, ତାରିକ ମହମ୍ମଦ, ରବିନାରାୟଣ ଦୀପ, ରାହୁଲ ଜୋଜୋ, ଅଫଜଲ ଅଲ୍ଲୀ, ଓମପ୍ରକାଶ ଡୁମାରୀ।

Share