ୟୁନିଟ୍‌-୧ ମାର୍କେଟରୁ ହୋମ୍‌ ଡେଲିଭରି ସୁବିଧା

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ଖୁଚୁରା ବେପାରୀ ଅଧିକ ଦର ନେଉଥିବା ଅଭିଯୋଗ ପରେ ବିଏମ୍‌ସି ଭୁବନେଶ୍ୱରବାସୀଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି। ୟୁନିଟ୍‌-୧ ହୋଲ୍‌ସେଲ୍‌ ମାର୍କେଟରୁ ସିଧାସଳଖ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚତ୍ବ। ଏନେଇ କେତେଜଣ ବ୍ୟବସାୟୀ ହୋମ୍‌ ଡେଲିଭରି ପାଇଁ ଆଗ୍ରହ ପ୍ରକାଶ କରିବା ପରେ ବିଏମ୍‌ସି ସେମାନଙ୍କୁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି। ମିିଳିଥିବା ସୂଚନାନୁସାରେ, ହୋମ୍‌ ଡେଲିଭରି ଭାବେ ଲୋକେ ପନିପରିବା, କ୍ଷୀର, ଫଳ, ଗ୍ରସେରୀ, ମାଛ ଓ ଅଣ୍ଡା ଅର୍ଡର କରିପାରିବେ। ଏଥିପାଇଁ ଓ୍ବେବ୍‌ସାଇଟ୍‌ (ୟୁନିଟ୍‌୧ମାର୍କେଟ.କମ୍‌) ଓ ଦୁଇଟି ମୋବାଇଲ୍‌ ଫୋନ୍‌ (ନଂ.+୯୧୬୩୭୨୮୯୩୦୦୫ ଓ ୭୯୯୧୦୩୯୧୭୧) କିମ୍ବା ଏହି ନମ୍ବର ସହ ସଂଯୁକ୍ତ ହ୍ବାଟ୍‌ସଆପ୍‌ରେ ଅର୍ଡର ଦେବା ପାଇଁ କୁହାଯାଇଛି।

Share