ୟୁନିସେଫ୍‌ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଭିଏତ୍‌ନାମ୍‌ ଡ୍ୟାନ୍ସର କ୍ୱାଙ୍ଗ୍‌ ଏବଂ ଆଫଙ୍ଗ୍‌ ଲୋକଙ୍କୁ ହାତ ଧୋଇବା ଲାଗି ଗୀତ ଗାଇ ନାଚି ନାଚି ସଚେତନ କରାଉଛନ୍ତି। ଏହାଦ୍ୱାରା ସହଜରେ କରୋନାରୁ ଦୂରେଇ ରହିହେବ ବୋଲି ସେମାନେ କହୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ୟୁନିସେଫ୍‌ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ୪୫ ସେକେଣ୍ଡର ଏହି ଟିକ୍‌ ଟକ୍‌ ଭିଡ଼ିଓ ଗୀତର ଟାଇଟଲ ‘ଘେନ୍‌ କୋ ଭାୟ’ ରହିଛି। ଏହି  ଭିଡ଼ିଓକୁ ସଙ୍ଗୀତକାର ଖାକ୍‌ ହୁଙ୍ଗ, ମିନ୍‌ ଏବଂ ଇରିକ୍‌ ପ୍ରସ୍ତୁତ କରିଛନ୍ତି।

Share