ଭୁବନେଶ୍ୱର, ୨୯-୮: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ବାଜାର ଡଟ୍ କମ୍ ସହ ଚୁକ୍ତିରେ ସାମିଲ ହୋଇଛି। ଡିଟିଟାଲ ସୋର୍ସିଂ ଏବଂ ହାଉସିଂ ଲୋନ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆର୍ଥତ୍କ ସେବା କ୍ଷେତ୍ରରେ ଡିଜିଟାଲ ଟ୍ରେଣ୍ଡ ବୃଦ୍ଧି ଘଟୁଥିବାରୁ ବ୍ୟାଙ୍କ ଏଦିଗରେ ଅଗ୍ରସର ହେଉଛି। ପାରମ୍ପରିକ ଚ୍ୟାନେଲ ବାଦ କାର୍ଯ୍ୟଧାରାକୁ ତ୍ୱରାନ୍ବିତ କରିବାକୁ ବ୍ୟାଙ୍କ ଯୋଜନା ରଖିଛି। ଡିଜିଟାଲ ଚ୍ୟାନେଲରେ ଅଧିକ ସକ୍ରିୟ ହେବା ଦିଗରେ ଏହା କାର୍ଯ୍ୟ କରିବ ବୋଲି ୟୁନିୟନ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।