Categories: ବାଣିଜ୍ୟ

ୟୁନୋ ଉପଭୋକ୍ତାଙ୍କ ସଂଖ୍ୟା ୧୬ ନିୟୁତ ଟପିଲା

ଭୁବନେଶ୍ୱର,୧୪-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଡିଜିଟାଲ ପ୍ଲାଟଫର୍ମ ୟୋନୋର ୟୁଜର ବେସ୍‌ ବା ଉପଭୋକ୍ତା ସଂଖ୍ୟା ୧୬ ନିୟୁତ ଟପିଥିବା ଜଣାପଡିଛି। ଶୁଭାରମ୍ଭ ହେବାର ମାତ୍ର ୨ ବର୍ଷ ସମୟ ମଧ୍ୟରେ ୟୁନୋ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି ବୋଲି ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ବିଆଇ ଭୁବନେଶ୍ୱର ସର୍କଲ ଚିଫ୍‌ ଜେନେରାଲ ମ୍ୟାନେଜର ପ୍ରବୀଣା କାଲା କହିଛନ୍ତି ଯେ, ଏସ୍‌ବିଆଇର ସମନ୍ବିତ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଗତ ୨ ବର୍ଷ ମଧ୍ୟରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ପ୍ଲାଟଫର୍ମରେ ଦୈନିକ ହାରାହାରି ୪ ନିୟୁତ ୟୁଜର ଭିଜିଟ୍‌ ରହିଛି। ଓଡ଼ିଶାରେ ଏହି ଆପ୍ଲିକେଶନକୁ ୩ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି। ସେହିଭଳି ୧ ଲକ୍ଷ କନକରେଣ୍ଟ ଲଗ୍‌ଇନ ୟୁଜରବେସ୍‌ ସହ ଏଥିରେ ଉନ୍ନତ ଅଭିବୃଦ୍ଧି ରହିଥିବା ସେ ସୂଚନା ଦେଇଛନ୍ତି। ୟୁନୋ ଆପ୍‌ ବ୍ୟବହାରରେ ଲୋକମାନେ କାର, ଘର, ଶିକ୍ଷା, କୃଷି, ବ୍ୟକ୍ତିଗତ ଋଣ, ମର୍ଚ୍ଚାଣ୍ଟ ଭଳି ଋଣ ଲାଭ କରିପାରିବେ। ଏହି ଆପ୍‌ ଜରିଆରେ ଏସ୍‌ବିଆଇ ୧୦ ହଜାର କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ସେ ସୂଚନା ଦେଇଛନ୍ତି। ଏହି ଆପ୍‌ ଜରିଆରେ ଲୋକମାନେ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ସକ୍ଷମ ହେଉଥିବାରୁ ଆଗାମୀ ଦିନରେ ଏହା ଦ୍ୱାରା ଏଟିଏମ୍‌ ବ୍ୟବହାର କମିବ ବୋଲି ସେ ମତ ରଖିଛନ୍ତି।

Share