Categories: ଜାତୀୟ

ୟୁପିରେ ଅନର କିଲିଂ: ଦଳିତ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ହର୍ଦୋଇ, ୧୭ା୯ (ପି.ଟି.): ଅନ୍ୟ ଜାତିର ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଦଳିତ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ଉତ୍ତରପ୍ରଦେଶର ହର୍ଦୋଇ ଜିଲା ଅନ୍ତର୍ଗତ ଭଦେଶାରେ ଏଭଳି ଘଟଣା ଘଟିଛି। ଅଭିଷେକ ଓରଫ୍‌ ମୋନୁ(୨୦)ଙ୍କୁ ଏକ ଘରେ ବାନ୍ଧିଦିଆଯାଇ ଶେଷରେ ଜିଅନ୍ତା ଜାଳିଦିଆଯାଇଥିବା ଏସ୍‌ପି ଆଲୋକ ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତି। ଏହି ଖବର ଶୁଣି ମୃତ ଯୁବକଙ୍କ ମା’ ହୃଦ୍‌ଘାତରେ ଆଖି ବୁଜିଦେଇଥିବା ଜଣାପଡ଼ିଛି। ମା’ଙ୍କ ଚିକିତ୍ସା ଲାଗି ମୋନୁ ୨୫ ହଜାର ଟଙ୍କା ଯୋଗାଡ଼ କରି ଫେରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାମୁ ରାଜୁ ପୋଲିସକୁ କହିଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରିଥିବାବେଳେ ତଦନ୍ତ ଜାରିରହିଥିବା ପ୍ରକାଶ।

Share