ୟୁପିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନ୍‌ଏସ୍‌ଏ

ଲକ୍ଷ୍ନୌ,୧୬ା୪: ଉତ୍ତରପ୍ରଦେଶରେ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ପରିମଳ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ଏନ୍‌ଏସ୍‌ଏ(ଜାତୀୟ ସୁରକ୍ଷା ଆଇନ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା ବୈଠକ ବେଳେ ସେ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଆକ୍ରମଣକାରୀଙ୍କଠାରୁ କ୍ଷୟକ୍ଷତି ଭରଣା କରିବା ଲାଗି କୁହାଯାଇଛି। ଅଭିଯୁକ୍ତ କ୍ଷତିପୂରଣ ଦେଇ ନ ପାରିଲେ, ତାଙ୍କ ସମ୍ପତ୍ତି ଜବତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କଲାବେଳେ ପୋଲିସ ସେମାନଙ୍କୁ ସାଙ୍ଗରେ ଯିବାକୁ କୁହାଯାଇଛି। ମୋରାଦାଦବାଦରେ ସ୍ବାସ୍ଥ୍ୟ ଓ ସଫେଇ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ପରେ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି।

Share