Categories: ଜାତୀୟ

ୟୁପି ବିଧାନସଭାରେ ହଙ୍ଗାମା: ଗ୍ୟାସ ସିଲିଣ୍ଡର ପିଠିରେ ବୋହି ଗୃହରେ ପହଞ୍ଚିଲେ ବିରୋଧୀ ବିଧାୟକ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବିଧାନସଭାରେ ଶୁକ୍ରବାର ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ନେଇ ହୋହାଲ୍ଲା କରିଥିଲେ। ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ବିଧାୟକମାନେ ହାତରେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧୀଙ୍କ ମଧ୍ୟରୁ କେତେଜଣ କଂଗ୍ରେସ ବିଧାୟକ ଗୃହ ମଧ୍ୟରେ ଗ୍ୟାସ ସିଲିଣ୍ଡର ଧରି ବିରୋଧ ପ୍ରଦର୍ଶନ କରିଥିବା ଦେଖାଯାଇଥିଲା। ଅନ୍ୟ କେତେଜଣ କଂଗ୍ରେସ ବିଧାୟକ ବିଧାନସଭା ଗେଟ୍‌ ନିକଟରେ ରିକ୍ସା ଚାଳକଙ୍କୁ ଟମାଟୋ ବାଣ୍ଟି ଥିବା ମଧ୍ୟ ଦେଖାଯାଇଥିଲା। ଦେଶର ଅର୍ଥନୀତି ବିଗିଡି ଯାଇଥିବା ଓ ମହଙ୍ଗା ମାଡରେ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡିଥିବା ଦର୍ଶାଇ ଏମାନେ ଟମାଟୋ ବାଣ୍ଟିଥିଲେ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବାର୍ଷିକ ବଜେଟ ମଙ୍ଗଳବାର ଉପସ୍ଥାପନ କରାଯିବ।

Share