Categories: ବାଣିଜ୍ୟ

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା। ମୁଖ୍ୟ କାର୍ଯ୍ୟାଳୟ ତଥା ଆଞ୍ଚଳିକ କାର୍ଯ୍ୟାଳୟଗୁଡିକରୁ ଏଥିରେ ଶୀର୍ଷ ଏକଜେକ୍ୟୁଟିଭମାନେ ଯୋଗ ଦେଇଥିଲେ। କ୍ଷୁଦ୍ର ଜମାକାରୀ, ଏମ୍‌ଏସ୍‌ଏମ୍‌ଇ, ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, ମହିଳା, କର୍ପୋରେଟ ଗ୍ରାହକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଡିଜିଟାଲ ବ୍ୟାଙ୍କିଙ୍ଗ, ଏମ୍‌ଏସ୍‌ଏମ୍‌ଇ, ରିଟେଲ ଋଣ ସହ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବ୍ୟାଙ୍କର ବିଭିନ୍ନ ଶାଖା ଏବଂ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

Share