ୟୁରୋପରେ ବିଗୁଡ଼ୁଛି କରୋନା ସ୍ଥିତି

ମାଡ୍ରିଡ୍‌, ୧୭।୩: ପ୍ରାଣଘାତୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଥିବାବେଳେ ୟୁରୋପରେ ଏହା ସର୍ବାଧିକ ପ୍ରଭାବ ବିସ୍ତାର କରିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ଏକ ହଜାର ଲୋକ ସଂକ୍ରମିତ ହୋଇଥିବା ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି। ଦେଶରେ ଏବେ ମୋଟ ୨୯୭ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ବେଳେ ୮,୭୪୪ ସଂକ୍ରମିତ ଥିବା ଜଣାପଡ଼ିଛି। ଗତ ଶନିବାର ଓ ରବିବାର ପ୍ରାୟ ୨ ହଜାର ରୋଗୀ ସଂକ୍ରମିତ ହୋଇଥିଲେ। ମାଡ୍ରିଡ୍‌ ସବୁଠାରୁ ଅଧିକ କରୋନା ପ୍ରଭାବିତ ଥିବା କୁହାଯାଇଛି। ଏଠାରେ ୪,୬୬୫ ବ୍ୟକ୍ତି ସଂକ୍ରମିତ ଅଛନ୍ତି। ସ୍ପେନ୍‌ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ଲୋକମାନଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share