Categories: ବାଣିଜ୍ୟ

ୟୁରୋପରେ ୩ ହଜାର କର୍ମଚାରୀ ଛଟେଇ କରିବ ଟାଟା ଷ୍ଟିଲ

ନୂଆଦିଲ୍ଲୀ,୨୦-୧୧: ପ୍ରମୁଖ ଇସ୍ପାତ ନିର୍ମାଣକାରୀ କମ୍ପାନୀ ଟାଟା ଷ୍ଟିଲ ଏୟାର ୟୁରୋପସ୍ଥିତ ୟୁନିଟରୁ ୩ ହଜାର କର୍ମଚାରୀ ଛଟେଇ କରିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି। ପୁନର୍ଗଠନ ଏବଂ ଖର୍ଚ୍ଚ କାଟ ଯୋଜନା ମୁତାବକ କମ୍ପାନୀ ଏଭଳି ପଦକ୍ଷେପ ହାତକୁ ନେଇଛି। ଏବେ ୟୁରୋପରେ ଇସ୍ପାତ ଚାହିଦା ସ୍ଥିର ରହିଥିବା ବେଳେ ସାରା ବିଶ୍ୱରେ ବିଭିନ୍ନ କମ୍ପାନୀଙ୍କ ଉତ୍ପାଦନ ଯୋଗୁ କାରବାର ଏବେ ଚ୍ୟାଲେଞ୍ଜିଂ ହୋଇଛି। ବିଶେଷ କରି ନେଦରଲାଣ୍ଡ ୟୁନିଟର ହ୍ବାଇଟ କୋଲାର ଅଫିସ ଭିତ୍ତିକ ନିଯୁକ୍ତି ବର୍ଗରେ ଏହି ଛଟେଇ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share