ୟୁରୋପାରେ ଜଳୀୟବାଷ୍ପ

ଓ୍ବାଶିଂଟନ,୨୧।୧୧(ପି.ଟି.): ବୃହଷ୍ପତିର ଉପଗ୍ରହ ୟୁରୋପାରେ ଜଳୀୟବାଷ୍ପର ସନ୍ଧାନ ପାଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ବୈଜ୍ଞାନିକମାନେ ପ୍ରଥମଥର ପାଇଁ ୟୁରୋପା ପୃଷ୍ଠରେ ଏପରି ଏକ ତରଳ ଉପାଦାନ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି, ଯାହା ବିସ୍ତୃତ ବରଫ ଚାଦର ତଳେ ସମୁଦ୍ର ଉପସ୍ଥିତିର ଧାରଣାକୁ ଦୃଢ଼ତର କରିଛି। ବୃହଷ୍ପତିର ଶକ୍ତ ବିକିରଣ କ୍ଷେତ୍ର ଜଳ କଣିକାଗୁଡ଼ିକୁ ୟୁରୋପାର ବରଫ ଶିଳାରୁ ଅଲଗା କରୁଥାଇପାରେ ବୋଲି ମନେକରାଯାଉଛି। ନେଚର ଆଷ୍ଟ୍ରୋନୋମି ଜର୍ନାଲରେ ହାଓ୍ବାଇସ୍ଥିତ ଡବ୍ଲ୍ୟୁ.ଏମ୍‌. କେକ୍‌ ଅବ୍‌ଜର୍ଭେଟୋରିର ଏହି ଗବେଷଣାକୁ ନେଇ ଏକ ନିବନ୍ଧ ଉପସ୍ଥାପନ କରାଯାଇଛି।

Share