ପ୍ୟାରିସ୍,୬।୫(ଏଏଫ୍ପି): କରୋନା ଭାଇରସ ମାହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ୨୦୨୧କୁ ୟୁରୋପିଆନ୍ ସୁଇମିଂ ଚାମ୍ପିୟନଶିପ୍କୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ୟୁରୋପିଆନ୍ ସୁଇମିଂ ଲିଗ୍ ଘୋଷଣା କରିଛି। ପୂର୍ବପରି ବୁଦାପେଷ୍ଟରେ ଏହି ଇଭେଣ୍ଟ ମେ ୧୦ରୁ ୨୩ ତାରିଖରେ ଖେଳାଯିବ। ୨୦୨୧ ମେ ବେଳକୁ ସ୍ଥିତି ସ୍ବାଭାବିକ ହୋଇଯାଇଥିବ ଓ ସେତେବେଳେ ଏହି ଇଭେଣ୍ଟ ଆୟୋଜନ ନେଇ କୌଣସି ସମସ୍ୟା ରହିବ ନାହିଁ ୟୁରୋପିଆନ୍ ସୁଇମିଂ ଲିଗ୍ ଅଧ୍ୟକ୍ଷ ପାଓଲୋ ବାରେଲି କହିଛନ୍ତି। ଏହି ଚାମ୍ପିୟନଶିପ୍ ଆସନ୍ତା ସପ୍ତାହରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ଏବେ ଆସନ୍ତାବର୍ଷ ଜୁଲାଇ ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଠିକ୍ ଦୁଇମାସ ପୂର୍ବରୁ ଆୟୋଜନ ହେବ ବୋଲି କୁହାଯାଇଛି।