Categories: ଖେଳ

ୟୁରୋ ଟି୨୦ ସ୍ଲାମ୍‌ ପାଇଁ ଆଫ୍ରିଦୀ ଆଇକନ ଖେଳାଳି

ମୁମ୍ବାଇ, ୨୨ା୫ (ପି.ଟି.)-ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ୟୁରୋ ଟି୨୦ ସ୍ଲାମ୍‌ରେ ଆଇକନ ଖେଳାଳି ଭାବେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ୬ ଜଣ ମାର୍କି ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଟି୨୦ ଉପଅଧିନାୟକ ଜେ.ପି. ଡୁମିନୀ ତାଙ୍କ ଟିମମେଟ୍‌ ଇମ୍ରାନ ତାହିର ସ୍ଥାନ ପାଇଛନ୍ତି। ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସରେ ୩ ସପ୍ତାହ ଧରି ହେବାକୁଥିବା ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ହେବ। ଆଫ୍ରିଦୀଙ୍କ ବ୍ୟତୀତ ଆଇକନ୍‌ ଖେଳାଳି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ଶେନ୍‌ ଓ୍ବାଟସନ (ଅଷ୍ଟ୍ରେଲିଆ), ବ୍ରେଣ୍ଡନ ମ୍ୟାକ୍‌କୁଲମ (ନ୍ୟୁଜିଲାଣ୍ଡ) ଏବଂ ରଶିଦ ଖାଁ। ମାର୍କି ଖେଳାଳି ତାଲିକାରେ ଖ୍ରିସ୍‌ ଲିନ୍‌ (ଅଷ୍ଟ୍ରେଲିଆ), ବାବର ଆଜାମ (ପାକିସ୍ତାନ) ଏବଂ ଲ୍ୟୁକ୍‌ ରୋଞ୍ଚତ୍ (ନ୍ୟୁଜଲାଣ୍ଡ) ସାମିଲ ହୋଇଛନ୍ତି। ଅବଶିଷ୍ଟ ୨ଆଇକନ ଖେଳାଳି ଏବଂ ଜଣେ ମାର୍କି ଖେଳାଳିଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା ହେବ। ପ୍ରତିଯୋଗିତାରେ ଭାଗ ନେଉଥିବା ୬ଟି ଫ୍ରାଞ୍ଚାଇଜ୍‌ ହେଲେ ନେଦରଲାଣ୍ଡ୍ସରୁ ଆମଷ୍ଟାରଡାମ୍‌ କିଙ୍ଗ୍ସ ଓ ରୋଷ୍ଟରଡାମ୍‌ ରାଇନୋଜ୍‌, ସ୍କଟଲାଣ୍ଡରୁ ଗ୍ଲାସେ୍‌ଗୋ ଜିଆଣ୍ଟ୍ସ ଓ ଏଡିନବର୍ଗ ରକ୍ସ ଏବଂ ଆୟର୍ଲାଣ୍ଡରୁ ଡବଲିନ୍‌ ଚିଫ୍ସ ଓ ବେଲ୍‌ଫାଷ୍ଟ ଟାଇଟାନ୍ସ।

Share