Salman Khan during Bajrangi Bhaijaan Eid special song launch at JW Marriott, Juhu On 3/07/2015 PIC/ TUSHAR SATAM
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ଇଲିଜିବଲ୍ ବ୍ୟାଚେଲର ସଲ୍ମାନ ଖାନ୍ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ ଫ୍ୟାନ୍ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ସେ ଏହି ଚ୍ୟାନେଲର ନାମ ଦେବେ ‘ବିଙ୍ଗ୍ ସଲମାନ୍ ଖାନ୍’। ତେବେ ଏହାକୁ ନେଇ ବହୁ ପ୍ରଶଂସକ ତାଙ୍କୁ ଉତ୍ସୁକତାର ସହ ପ୍ରତୀକ୍ଷା କରିଛନ୍ତି। କାରଣ ସଲ୍ମାନ ତାଙ୍କ ନିତିଦିନିଆ ଜୀବନ କିପରି ବିତାନ୍ତି, ଖାଲି ସମୟରେ କ’ଣ କରନ୍ତି, ସମସ୍ତେ ଜାଣିବାକୁ ଇଚ୍ଛୁକ। ସଲ୍ମାନ କହିଛନ୍ତି ଯେ, ସେ ତାଙ୍କ ଫ୍ୟାନ୍ମାନଙ୍କୁ ବହୁତ ଭଲପାଆନ୍ତି। ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ସେ ଏହି ଚ୍ୟାନେଲ ମାଧ୍ୟମରେ ଜଣାଇବେ। ସାରା ଦେଶ କରୋନା ପାଇଁ ଲକ୍ଡାଉନ୍ ହୋଇଯାଇଥିବା ବେଳେ ଲୋକମାନେ ଏକପ୍ରକାର ବୋର୍ ହୋଇଗଲେଣି। ସେଥିଲାଗି ଅତି ଶୀଘ୍ର ସେ ନିଜ ଚ୍ୟାନେଲ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିବେ ବୋଲି ଇନ୍ଷ୍ଟାରେ ଉଲ୍ଲେଖ କରିଛନ୍ତି।