ବେଙ୍ଗାଲୁରୁ,୨୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ୩ ଉପ ମୁଖ୍ୟମନ୍ତ୍ରୀ ମିଳି ପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସୋମବାର ଏହାର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଏହା ଦଳର ହାଇକମାଣ୍ଡ ଉପରେ ନିର୍ଭର କରେ ବୋଲି ମଧ୍ୟ କୁହାଯାଉଛି। ସୂଚନାଯୋଗ୍ୟ, କର୍ନାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ଭାଜପା ସଂଖ୍ୟା ଗରିଷ୍ଠତା ବଳରେ ଶାସନ କ୍ଷମତା ହାତକୁ ନେବା ସହ ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।