Categories: ଜାତୀୟ

ୟେଦୁରପ୍ପାଙ୍କ ପରେ କିଏ ଧରିବ କର୍ନାଟକ ଭାଜପା ଡୋର: ଦୌଡ଼ରେ ୫

ବେଙ୍ଗାଲୁର, ୭।୬: କକର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ପରେ କିଏ ଭାଜପା ଡୋର ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ୭୮ ବର୍ଷ ବୟସ୍କ ୟେଦୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର। ତାଙ୍କ ପରେ ଲିଙ୍ଗାୟତ ସମ୍ପ୍ରଦାୟର କାହାକୁ କର୍ନାଟକ ଡୋର ଧରାଇଲେ ଏହି ସମ୍ପ୍ରଦାୟର କୋଟି କୋଟି ଭୋଟ ବ୍ୟାଙ୍କ ଭାଜପା ହିଁ ବ୍ୟବହାର କରିବ ବୋଲି କୁହାଯାଉଛି। ତେବେ ଏହି ଦୌଡ଼ରେ ୫ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷ୍ମଣ ସାଓ୍ବଡ଼ି, ଗୋବିନ୍ଦ କର୍ଜୋଲ୍‌, ସି.ଏନ୍‌. ଅଶ୍ୱଥ ନାରାୟଣନଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଲକ୍ଷ୍ମଣ ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାବେଳେ ଗୋବିନ୍ଦ ଏସ୍‌ସି ଏବଂ ଅଶ୍ୱଥ ଭୋକ୍କାଲିଙ୍ଗା ସମ୍ପ୍ରଦାୟର। ଏହା ସହିତ ବିଜୟପୁରା ବିଧାୟକ ବାସନ୍ନଗୌଡ଼ା ପାଟିଲ୍‌ ୟତନାଲ୍‌ ଏବଂ ପଶ୍ଚିମ ଧରଓ୍ବାଡ଼ ବିଧାୟକ ଅରବିନ୍ଦ ବେଲାଡ଼ଙ୍କ ନାମ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଏ ଦୁହେଁ ଲିଙ୍ଗାୟତ ସମ୍ପ୍ରଦାୟର। ୟେଦୁରପ୍ପାଙ୍କ ପରେ ଡୋର ଜଣେ ଲିଙ୍ଗାୟତଙ୍କ ପାଖକୁ ଗଲେ ଭାଜପା ପାଇଁ ଭଲ ହେବ ବୋଲି କୁହାଯାଉଛି।

Share