Categories: ଜାତୀୟ

ୟେଦୁରପ୍ପା ସରକାରଙ୍କ ପାଇଁ କଣ୍ଟା ସାଜିବେ କି ଭାଜପା ବିଦ୍ରୋହୀ !

ବେଙ୍ଗାଲୁରୁ,୧୮।୨: କର୍ନାଟକରେ ଏବେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପାଇଁ କଣ୍ଟା ସାଜିଛନ୍ତି ଭାଜପା ବିଦ୍ରୋହୀ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ଭାଜପାର ୧୦ରୁ ୧୫ ବିଧାୟକ ୟେଦୁରପ୍ପା ସରକାରଙ୍କ ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜଗଦୀଶ୍‌ ଶଟ୍ଟାରଙ୍କ ବାସଭବନରେ ଏକତ୍ରିତ ହୋଇ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରିଛନ୍ତି। କେତେକ ବିଦ୍ରୋହୀ ବିଧାୟକ ୭୫ବର୍ଷରୁ ଅଧିକ ବୟସ୍କ ନେତା ସକ୍ରିୟ ରାଜନୀତିରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏପରିସ୍ଥଳେ ୟେଦୁରପ୍ପାଙ୍କ ବୟସ ୭୭ ହୋଇଥିବାରୁ ରାଜ୍ୟରେ ରାଜନୈତିକ ସମୀକରଣ ପୁଣି ବଦଳିବା ଆଶଙ୍କା କରାଯାଉଛି। ବିଧାନସଭା ଅଧିବେଶନ ପୂର୍ବରୁ ଭାଜପାର ବିଦ୍ରୋହୀ ବିଧାୟକଙ୍କ ଏଭଳି ମନୋଭାବ ନେଇ କେନ୍ଦ୍ରୀୟ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି। ସୂଚନାଯୋଗ୍ୟ, ୟେଦୁରପ୍ପା କେବେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ପାରି ନାହାଁନ୍ତି। ତେଣୁ ବିଧାୟକଙ୍କ ଗୁପ୍ତ ମନ୍ତ୍ରଣା ନେଇ ସେ ଅଡୁଆରେ ପଡ଼ିଛନ୍ତି।

Share