ୟେମେନ୍‌ରେ ଅଲ୍‌-କାଏଦା ଆକ୍ରମଣ: ୧୯ ସୈନିକ ମୃତ

ସାନା,୩।୮: ୟେମେନ୍‌ରେ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ସୈନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ ୟେମେନ୍‌ର ଆବୟାନ୍‌ ପ୍ରଦେଶର ଅଲ୍‌-ମହଫାଦ୍‌ ଅଞ୍ଚଳରେ ଥିବା ସୈନ୍ୟ ଶିବିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଏଭଳି ଘଟିଥିବା କୁହାଯାଉଛି। ଘଟଣା ଘଟିବା ପରେ ସୁରକ୍ଷାକର୍ମୀ ଏଠାରେ ଘେରାବନ୍ଦୀ କରିଛନ୍ତି। ଏହାର ତଦନ୍ତ ଜାରି ରହିଥିବା ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share