ୟେମେନ୍‌ ଗୃହଯୁଦ୍ଧ: ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ନେଇଛି; ୫ ଲକ୍ଷ ଛାଡ଼ିଛନ୍ତି ସ୍କୁଲ

ସାନା,୨୪।୧୦: ୟେମେନ୍‌ରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ଇତିମଧ୍ୟରେ ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ଯାଇଛି। ସେହିପରି ୫ ଲକ୍ଷରୁ ଅଧିକ ଶିଶୁ ସ୍କୁଲ ଛାଡ଼ିଛନ୍ତି। ଏନେଇ ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସରକାର ଏବଂ ହୌଥି ବିଦ୍ରୋହୀଙ୍କ ମଧ୍ୟରେ ୨୦୧୫ରୁ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ୨୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ବର୍ଷରୁ କମ୍‌ ବୟସ୍କ ୩ ଲକ୍ଷ ୬୦ ହଜାରରୁ ଅଧିକ ଶିଶୁ ରହିଛନ୍ତି। ଗୃହଯୁଦ୍ଧ ଯୋଗୁ ଦେଶର ୮୦ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୟେମେନ୍‌କୁ ସୌଦି ସରକାର ଆବଶ୍ୟକ ସାମରୀକ ସହାୟତା ଯୋଗାଇ ଦେଇଛନ୍ତି।

Share