ଜେନେଭା,୨୯।୬: ୟେମେନ୍ରେ ଲାଗି ରହିଥିବା ଗୃହଯୁଦ୍ଧରେ ଗତ ସାଢ଼େ ୫ ବର୍ଷ ମଧ୍ୟରେ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରେସ୍ଙ୍କ ପ୍ରକାଶ ପାଇଛି। ୨୦୧୩ ଏପ୍ରିଲ୍ ୧ରୁ ୨୦୧୮ ଡିସେମ୍ବର ୩୧ ମଧ୍ୟରେ ଏହା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଏୟାର ଷ୍ଟ୍ରାଇକ୍, ମୋର୍ଟାର ସେଲିଂମାଡ଼, ସଂଘର୍ଷ, ଆତ୍ମଘାତୀ ବିସ୍ଫୋରଣରେ ଏଭଳି ହୋଇଛି। ସେହିପରି ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।