ୟେଲୋ ଶାଢିରେ ଭାଇରାଲ ହେଲା ଆଲିଆଙ୍କ ହଟ୍‌ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଆଲିଆ ଭଟ୍ଟଙ୍କ ଏକ ନୂଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ନିଜର ଅପ୍‌ କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ବିଜି ରହୁଥିବା ଆଲିଆ ଏବେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ଦେଖି ଦର୍ଶକେ ଖୁବ୍‌ ଖୁସି ହେଉଛନ୍ତି। ହଳଦିଆ ରଙ୍ଗର ଏକ ଶାଢିରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଏହି ବଲିଉଡ୍‌ ନାୟିକା। ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଅଭିନୀତ ଫିଲ୍ମ ‘ମୋହରା’ର ଗୀତ ‘ଟିପ୍‌ ଟିପ୍‌ ବରଷା ପାଣି’ରେ ଆଲିଆ କରୁଛନ୍ତି ଡ୍ୟାନ୍ସ। ଆଉ ପାଖରେ ଥିବା ତାଙ୍କ ବନ୍ଧୁ ଆଲିଆଙ୍କ ଉପରକୁ ପାଣିବୁନ୍ଦା ପକାଉଥିବା ଦେଖିବାକୁ ମିଳିଛି। ୟୁଟ୍ୟୁବରେ ଏହି ଭିଡିଓକୁ ବହୁବାର ଦେଖା ସରିଥିବା ବେଳେ ଦର୍ଶକେ ଏହାର ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

Share