ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ବଳକା ଟଙ୍କା

ପୁରୀ ଅଫିସ,୩୦।୩: ଘରୋଇ ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖାଯାଇବା ବେଳେ ତାହା ଫେରିବାକୁ ନେଇ ସଙ୍କଟ ଦେଖାଦେଇଥିଲା। ଏବେ ତାହାର ପରିସମାପ୍ତି ଘଟିଛି। ସୁଧ ସହ ସବୁ ମୂଳ ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି। ଗତ ୧୯ ତାରିଖରେ ୟେସ୍‌ ବ୍ୟାକରୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ପୁରୀ ଏସ୍‌ବିଆଇ ମୁଖ୍ୟ ଶାଖାରେ ଥିବା ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଥିଲା। ଏଥିରେ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ସୁଧ ଥିଲା। ବଳକା ୧୫୬ କୋଟି ଟଙ୍କା ସୋମବାର ୟେସ୍‌ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି। ଫଳରେ ସମସ୍ତ ଟଙ୍କା ଏବେ ୟେସ୍‌ ବ୍ୟାଙ୍କରୁ ଫେରିଆସିଥିବା ନେଇ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି।

Share