ଭୁବନେଶ୍ୱର, ୧୧।୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫସି ରହିଛି। ଏହି ଟଙ୍କାକୁ ମୁକାଳିବା ପାଇଁ ବିଜେଡି ଏମ୍ପିମାନେ କେନ୍ଦ୍ର ଅଥର୍ର୍ମନ୍ତ୍ରୀ ନିର୍ମଳ ସୀତାରମନଙ୍କୁ ବୁଧବାର ସାକ୍ଷାତ କରିଛନ୍ତି। ରାଜ୍ୟସଭା ଏମ୍ପି ପ୍ରଶନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍ ସୀତାରମଣଙ୍କୁ ସାକ୍ଷାତକରି ମହାପ୍ରଭୁଙ୍କ ଟଙ୍କା କିପରି ଫେରିବ ସେ ନେଇ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତେବେ ଏହି ଅର୍ଥ ଫସିରହିପାରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ବିଜେଡି ଏମ୍ପିମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।