ଭୁବନେଶ୍ୱର,୧୩।୩(ବ୍ୟୁରୋ): ଘରୋଇ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀମାନେ କଡ଼ା ଭର୍ତ୍ସନା କରୁଥିବା ଦେଖାଯାଇଥିଲା। ତେବେ ଶୁକ୍ରବାର ଏହାକୁ ନେଇ ଏକ ଗୃହ କମିଟି ଗଠନ ହୋଇଥିବା ସୂଚନା ମିଳିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉକ୍ତ କମିଟିରେ ୧୨ଜଣ ସଦସ୍ୟ ରହିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନରସିଂହ ମିଶ୍ର, ଦେବୀ ମିଶ୍ର, ଲକ୍ଷ୍ମଣ ମୁଣ୍ଡା, ତାରାପ୍ରସାଦ ବାହିନୀପତି, ଅତନୁ ସବ୍ୟସାଚୀ ନାୟକ, ସୁବାସ ପାଣିଣ୍ରାହୀ, ମୋହନ ମାଝି, ପ୍ରତାପ ଦେବ ପ୍ରମୁଖ ଏହାର ସଦସ୍ୟ ରହିଛନ୍ତି। ଉକ୍ତ କମିଟି ମନ୍ଦିର ପାଣ୍ଠି ଫେରସ୍ତ ନେଇ କେନ୍ଦ୍ର ସରକାର ଓ ଆର୍ବିଆଇ ଗଭର୍ନରଙ୍କୁ ସ୍ମାରକପତ୍ର ଦେବ ବୋଲି ଜଣାପଡ଼ିଛି।