Categories: ବାଣିଜ୍ୟ

ୟେସ୍‌ ବ୍ୟାଙ୍କରେ ପୁଣି ସେବା ଆରମ୍ଭ

ନୂଆଦିଲ୍ଲୀ,୧୯-୩: ସେବା ଯୋଗାଣକୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ୟେସ୍‌ ବ୍ୟାଙ୍କ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଫଳରେ ଗ୍ରାହକମାନେ ବ୍ୟାଙ୍କର ବିଭିନ୍ନ ସେବା ପୂର୍ବବତ ଲାଭ କରିପାରିବେ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସେବା ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ଏକ ଟୁଇଟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୫ରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ଉଠାଣ କଟକଣା ଲଗାଇଥିଲା। ଗ୍ରାହକମାନେ ଏପ୍ରିଲ ୩ ଯାଏ କେବଳ ୫୦ ହଜାର ଟଙ୍କା ଯାଏ ଉଠାଣ ନେଇ ନିୟମ ରହିଥିଲା।

Share