ମୁମ୍ବାଇ,୧୬।୩: ଡିସେମ୍ବର ତ୍ରୈମାସରେ ୟେସ୍ ବ୍ୟାଙ୍କ ୧୮,୫୬୪ କୋଟି ଟଙ୍କା କ୍ଷତି ସହିଛି। ଗତ ବର୍ଷ ସମାନ ସମୟରେ ଏହି ବ୍ୟାଙ୍କ ୧୦୦୦ କୋଟି ଟଙ୍କାର ଲାଭ ହାସଲ କରିଥିଲା। ବ୍ୟାଙ୍କର ମୋଟ ଅନାଦାୟ ଋଣ ପରିମାଣ ୪୦,୭୦୯ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ୨୦୧୯ ସେପ୍ଟେମ୍ବର ତ୍ରୈମାସରେ ବ୍ୟାଙ୍କ ୬୨୯ କୋଟି ଟଙ୍କାର ଘାଟା ସହିଥିଲା। ଡିସେମ୍ବର ତ୍ରୈମାସରେ ବ୍ୟାଙ୍କର ଏନ୍ପିଏ ୧୮.୮୭%କୁ ବୃଦ୍ଧି ଘଟିଛି। ଏହା ସେପ୍ଟେମ୍ବର ତ୍ରୈମାସରେ ୭.୩୯% ରହିଥିଲା। ଏହି ସମୟରେ ବ୍ୟାଙ୍କର ଜମା କ୍ଷେତ୍ରରେ ପ୍ରାୟ ୪୦ ହଜାର କୋଟି ଟଙ୍କା କ୍ଷତି ହୋଇଛି। ଅକ୍ଟୋବର ଡିସେମ୍ବର ତ୍ରୈମାସରେ ଏହା ୪୦,୦୦୦ କୋଟି କମି ୧.୬୫ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଜାନୁୟାରୀ ମାର୍ଚ୍ଚ ଅବଧିରେ ପ୍ରାୟ ୩୦ ହଜାର କୋଟି ଟଙ୍କା ହ୍ରାସ ହେବାର ଅନୁମାନ କରାଯାଉଛି।