Categories: ବାଣିଜ୍ୟ

ୟେସ୍‌ ବ୍ୟାଙ୍କର ଶେୟାର ବିକିଲେ ରାଣା କପୁର

ନୂଆଦିଲ୍ଲୀ,୨୨-୯: ୟେସ୍‌ ବ୍ୟାଙ୍କର ପ୍ରମୋଟର ଗ୍ରୁପ୍‌ କମ୍ପାନୀ ଏବଂ ଏହାର ସହ ପ୍ରତିଷ୍ଠାତା ରାଣା କପୁର ବ୍ୟାଙ୍କର ମୋଟ୍‌ ୨.୭୫% ଅଂଶଧନ ବିକ୍ରି କରିଦେଇଛନ୍ତି। ଖୋଲା ବଜାରରେ ଏହାକୁ ବିକ୍ରି କରାଯାଇଛି। ମୋର୍ଗାନ କ୍ରେଡିଟ୍ସ ଶନିବାର ଏ ସମ୍ପର୍କରେ ଶେୟାର ବଜାରକୁ ଜଣାଇଛି। ଏଥିରେ ଦର୍ଶାଯାଇଛି ଯେ, ୟେସ୍‌ କ୍ୟାପିଟାଲ(ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ, ମୋର୍ଗାନ କ୍ରେଡିଟ୍ସ ପ୍ରାଇଭେଟ ଲିମିଟେହ ଓ ରାଣା କପୁରଙ୍କ ପକ୍ଷରୁ ବ୍ୟାଙ୍କର ଶେୟାର ବିକ୍ରି କରାଯାଇଛି। ପ୍ରମୋଟର ୟୁନିଟ୍ସଙ୍କ ନିକଟରେ ୟେସ୍‌ ବ୍ୟାଙ୍କର ୯.୬୪% ଅଂଶଧନ ରହିଥିଲା, ଯାହା ଏବେ ୬.୮୯ ପ୍ରତିଶତକୁ ଖସିଆସିଛି। ତେବେ କେତେ ମୂଲ୍ୟରେ ଏହି ଅଂଶଧନକୁ ବିକ୍ରି କରାଯାଇଛି ସେ ସମ୍ପର୍କରେ ବଜାରକୁ ସ୍ପଷ୍ଟ କିଛି କୁହାଯାଇ ନାହିଁ। ନିୟାମକୀୟ ସୂଚନାରେ କୁହାଯାଇଛି ଯେ, ଚଳିତ ମାସ ୧୮ରୁ ୨୦ମଧ୍ୟରେ ଶେୟାର ବିକ୍ରି କରାଯାଇଛି।

Share