Categories: ବାଣିଜ୍ୟ

ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ,୧୧-୯: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ପେଟିଏମ୍‌ ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ଅଂଶଧନ କିଣିବିକା ନେଇ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସହ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କର ଆଲୋଚନା ଚାଲିଛି। ରିଜର୍ଭ ବ୍ୟାଙ୍କର ଅନୁମତି ମିଳିବା ପରେ ନେଣଦେଣ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଥାଉ କି, ରାଣା କପୁର ଓ ତାଙ୍କ ପରିବାର ନିକଟରେ ୟେସ୍‌ ବ୍ୟାଙ୍କର ୯.୬% ଅଂଶଧନ ରହିଛି। ତେବେ ଅଂଶଧନ ବିକ୍ରି ନେଇ ବ୍ୟାଙ୍କ ପକ୍ଷରୁ କୌଣସି ଟିପ୍ପଣୀ କରାଯାଇନାହିଁ। ଅନ୍ୟପକ୍ଷରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବନୀତ ଗିଲ୍‌ କହିଛନ୍ତି ଯେ, ପ୍ରଶାସନ ଓ ନିୟମ ପାଳନ ଉପରେ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଉଛି। ଉଲ୍ଲେଖଥାଉ କି, ଆର୍‌ବିଆଇ ପକ୍ଷରୁ ପ୍ରସ୍ତୁତ ନିୟମକୁ ୟେସ୍‌ ବ୍ୟାଙ୍କ ଅଣଦେଖା କରିବା ଯୋଗୁ ରାଣା କପୁରଙ୍କୁ ବ୍ୟାଙ୍କ ଛାଡ଼ିବାକୁ ପଡିଛି।

Share