Categories: ବାଣିଜ୍ୟ

୦.୨୫% କମିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଚଳିତ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। କ୍ରମାଗତ ଚତୁର୍ଥ ଥର ପାଇଁ ଏହା ରେପୋ ରେଟ୍‌ ୦.୨୫% ହ୍ରାସ କରିବା ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଅର୍ଥନୀତି ଧିମା ହୋଇଥିବା ବେଳେ ଏହାକୁ ଦ୍ରୁତତର କରିବା ପାଇଁ ଆର୍‌ବିଆଇ ସୁଧ ହାର ପୁନର୍ବାର ହ୍ରାସ ଘୋଷଣା କରିପାରନ୍ତି। ସୂଚନାଥାଉ କି ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଆସନ୍ତା ୫ରୁ ୭ଯାଏ ଚାଲିବ। ବର୍ତ୍ତମାନ ରେପୋ ରେଟ ୫.୭୫% ରହିଛି। ବର୍ତ୍ତମାନ ରେପୋ ରେଟ ୫.୭୫% ରହିଥିବା ବେଳେ ରିଭର୍ସ ରେପୋ ରେଟ୍‌ ୫.୫% ରହିଛି।

Share