୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ମନା

ପୁରୁଣାଭୁବନେଶ୍ୱର,୩୦ା୧୦ (ଡି.ଏନ.ଏ.):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡର ଏକ ବୈଠକରେ ଏହା ସ୍ଥିର କରାଯାଇଛି । ଏହାକୁ ଟ୍ରଷ୍ଟ ସଭାପତି ତଥା ଏଡିଏମ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ସେହିଭଳି ଲିଙ୍ଗରାଜ ମାର୍କେଟ କମ୍ପ୍ଳେକ୍ସ ଆବଣ୍ଟନ ଏବଂ ଏଥିରୁ ରାଜସ୍ବ ମନ୍ଦିର ପ୍ରଶାସନ କରିବାକୁ ପ୍ରସ୍ତାବ ସହ ଜବରଦଖଲ ଜମି ଉଦ୍ଧାର ପାଇଁ ପ୍ରସ୍ତାବ କରାଯାଇଥିଲା। ବୈଠକରେ ଏସିପି ଜୋନ ୨ ସୁବାସ ଚନ୍ଦ୍ର ପଣ୍ଡା, ଆଡଭୋକେଟ ମାନସ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

Share