୧ରେ ଓଡ଼ିଶା ଆସିବେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତା ୧ତାରିଖରେ ଓଡ଼ିଶା ଗସ୍ତରେ ଯିବାକୁ ଥିବାବେଳେ ୨ରେ କୋଲକାତାରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ୧ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତାରଣ କରି ଜଗତ୍‌ସିଂହପୁର ଜିଲାର ମା’ ସାରଳାଙ୍କ ପୀଠ ତେନ୍ତୁଳିପଦା ଗ୍ରାମଠାରେ ଅନୁଷ୍ଠିତ ଆଦିକବି ସାରଳା ଦାସ ମେମୋରିଆଲ କାର୍ଯ୍ୟକ୍ରମରେ ଯୋଗଦେବେ। ୨ତାରିଖ ଦିନ ବିମାନ ଯୋଗେ କୋଲକାତା ଜାତୀୟ ପାଠାଗାରର ଭାଷା ଭବନଠାରେ ଅନୁଷ୍ଠିତ ଏକ ଖବର କାଗଜର ଶତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ। ଜାନୁୟାରୀ ୩ତାରିଖ ଦିନ କଟକ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ୪ରେ ଆନ୍ଧ୍ରପ୍ରଦେଶ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Share