୧ଲକ୍ଷ ବ୍ୟାଙ୍କରୁ ଉଠାଇ ଫେରୁଥିଲେ ଚାଷୀ: ଝାମ୍ପିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉକେତ୍ଲା ଏନ୍‌ଏଚ୍‌ ୨୬ରେ ଦୁର୍ବୃତ୍ତମାନେ ଜଣେ ଚାଷୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକେତ୍ଲାର ରୁପଚନ୍ଦ ଜୈନ ଧାନ ବିକା ୧ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ଏହାକୁ ଲୁଟି ନେଇଥିଲେ। ଏକ କଳା ରଙ୍ଗର ନଂ. ବିହୀନ ବାଇକ୍‌ରେ ଦୁର୍ବୃତ୍ତ ଆସି ଜୈନଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଉକେତ୍ଲା ରାସ୍ତାଦେଇ କେସିଙ୍ଗା ଆଡ଼େ ଚାଲି ଯାଇଥିଲେ। ଖବରପାଇ ଉକେତ୍ଲା ଫାଣ୍ଡି ଅଧିକାରୀ ପ୍ରେମ୍‌ରାଜ କଅଁରଙ୍କ ସମେତ କେସିଙ୍ଗା ପୋଲିସ ଉକେତ୍ଲା ବ୍ୟାଙ୍କକୁ ଯାଇ ସିସିଟିଭି ଯାଞ୍ଚ କରିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଶୀଘ୍ର ଧରା ଯିବ ବୋଲି ପୋଲିସ କହିଛି।

Share