୧୦ଫୁଟର ଅଜଗର ଉଦ୍ଧାର

ପୁରୀ ଅଫିସ,୨୯।୯: ପୁରୀ ସଦର ବ୍ଲକ ଅନ୍ତର୍ଗତ ଧୋବନ୍ଧର ଭାର୍ଗବୀ ନଦୀରୁ ରବିବାର ୧୦ଫୁଟର ଅଜଗର ଉଦ୍ଧାର କରାଯାଇଛି। ପୁରୀ ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ ସଂଗ୍ରାମ କେଶରୀ ଦାଶ ଏହି ଅଜଗରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଅଜଗରକୁ ପରେ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଧୋବନ୍ଧାସ୍ଥିତ ଭାର୍ଗବୀ ନଦୀରେ ମାଛ ଧରିବା ଲାଗି କେତେଜଣ ଗ୍ରାମବାସୀ ଜାଲ ବିଛାଇଥିଲେ। ଏହି ଜାଲରେ ଏକ ଅଜଗର ଫସିଯାଇଥିଲା। ସକାଳେ ମାଛ ଧରିବାକୁ ଯାଇଥିବା କିଛି ଯୁବକ ଏହା ଦେଖି ସଂଗ୍ରାମଙ୍କ ସହ ଯୋଗାଯୋଗ କରିଥିଲେ। ଖବରପାଇ ସଂଗ୍ରାମ ଏବଂ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ଜାଲରୁ ଏହି ଅଜଗରକୁ ଉଦ୍ଧାର କରିଛନ୍ତି।