Advertisement

୧୦ବର୍ଷ ପରେ…

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର। ଆଉ ଫିଲ୍ମ ଦୁଇଟି ସାଇନ୍‌ କରିବା ପରେ ତାଙ୍କର ପାଦ ଆଉ ତଳେ ଲାଗୁନି। କଥା କ’ଣ କି ଜନ୍‌ ଆବ୍ରାହମଙ୍କ ‘ଆଟାକ୍‌’ ଏବଂ ସଲମାନ ଖଁ।ଙ୍କ ‘କିକ୍‌-୨’ରେ ସେ ନାୟିକା ଭାବରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କେବଳ ସେତିିକି ନୁହେଁ, ପଓ୍ବନ କଲ୍ୟାଣ ଅଭିନୟ କରିବାକୁ ଯାଉଥିବା ଏକ ଅନ୍‌ଟାଇଲଡ୍‌ ତେଲୁଗୁ ସିନେମାରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏ ସମ୍ପର୍କରେ ଜ୍ୟାକଲିନ୍‌ କହନ୍ତି, ”ଏହି ଅଫରଗୁଡ଼ିକ ମୋ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି ଆଶା ରଖିଛି। ବିଶେଷଭାବରେ ସଲମାନଙ୍କ ସହ ‘କିକ୍‌-୨’ରେ ଆକ୍ଟିଂ କରିବି ବୋଲି କେବେ ଚିନ୍ତା କରି ନ ଥିଲି। ଏଣିକି ମୁଁ ନିଜ କ୍ୟାରିୟରକୁ ନେଇ ନିଶ୍ଚୟ ସଚେତନ ରହିବି। କାରଣ ଦୀର୍ଘ ୧୦ବର୍ଷ ଗ୍ୟାପ୍‌ ପରେ ମୋତେ ପୁଣି ଥରେ ବଲିଉଡ୍‌ରେ ଅଭିନୟ କରିବାର ସୁଯୋଗ ମିଳିଛି।“ ତେବେ ଏହି ଫିଲ୍ମଗୁଡ଼ିକ ଜ୍ୟାକ୍‌ଲିନ୍‌ଙ୍କ କ୍ୟାରିୟର ପାଇଁ କେତେ ଶୁଭପ୍ରଦ ସାବ୍ୟସ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share