Categories: ଜାତୀୟ

୧୦ବର୍ଷ ପୁରୁଣା ମାମଲାର ବିଚାର ଶୀଘ୍ର କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୦।୧୧: ଦେଶର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ଶୀଘ୍ର କରିବାକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଲୋକସଭାରେ କହିଛନ୍ତି। ୧୦ ବର୍ଷ ଧରି ପଡ଼ିରହିଥିବା ମାମଲାର ବିଚାର ଶୀଘ୍ର କରିବା ଲାଗି ସେ ଦେଶର ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ମାମଲା ଗୁଡ଼ିକର ଶୀଘ୍ର ବିଚାର ପାଇଁ ସରକାର କେବଳ କୋର୍ଟର ପାରମ୍ପରିକ ଗଠନ ଶୈଳୀରେ ପରିବର୍ତ୍ତନ ଆଣିପାରିବେ। ମାତ୍ର କୋର୍ଟର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। ବିଏସ୍‌ପି ଏମ୍‌ପି ଦାନିଶ୍‌ ଅଲ୍ଲୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଏଭଳି କହିଛନ୍ତି। ଦାନୀଶ୍‌ ପଶ୍ଚିମ ଉତ୍ତରପ୍ରଦେଶରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ଦାବି କରିଥିଲେ।

Share