୧୦ମ ଫେଲ୍‌ ୩ ଯୁବକ ୨୦ ଦେଶର ୧ ହଜାର ପିଏଚ୍‌.ଡି. ଛାତ୍ରଙ୍କଠାରୁ ଠକିନେଲେ ୨ କୋଟି

ଗାଜିଆବାଦ,୭।୨: ପାଠଘର ଶୂନ କିନ୍ତୁ କାରନାମା ଅନେକ। ୧୦ମ ଫେଲ୍‌ ୩ ଯୁବକ ପିଏଚ୍‌.ଡି. ଛାତ୍ରମାନଙ୍କୁ ପାଣି ପିଆଇ ଦେଇଛନ୍ତି। କେବଳ ଦେଶରେ ନୁହେଁ, ବିଦେଶ ଛାତ୍ରଙ୍କୁ ମଧ୍ୟ ଜାଲରେ ଫସାଇଛନ୍ତି ଗାଜିଆବାଦର ଏହି ଯୁବକମାନେ। ପୋଲିସ କହିବା ମୁତାବକ, ଏହି ଯୁବକମାନେ ମିଶି ୨୦ଟି ଦେଶର ୧ ହଜାର ପିଏଚ୍‌.ଡି. ଛାତ୍ରଙ୍କଠାରୁ ୨ କୋଟି ଟଙ୍କା ଠକି ନେଇଛନ୍ତି। ସମ୍ପୃକ୍ତ ଯୁବକମାନେ ହେଲେ ପୁନିତ କୁମାର, ଚନ୍ଦ୍ରଶେଖର ଏବଂ ପରଭେଜ। ଘରେ ବସି ଅନ୍‌ଲାଇନରେ ସେମାନେ ଆମେରିକା, ଅଷ୍ଟ୍ରେଲିଆ, ନରଓ୍ବେ, ଇଲଂଣ୍ଡ, ଜର୍ମାନୀ, ଫ୍ରାନ୍ସ, ମାଲେସିଆ ଭଳି ଦେଶର ପିଏଚ୍‌.ଡି. ଛାତ୍ରଙ୍କୁ ଗବେଷଣା ପେପର ଇଣ୍ଟରନ୍ୟାଶନାଲ ଜର୍ନାଲରେ ଛାପିବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ବଡ ଅଙ୍କରେ ଟଙ୍କା ଆଣୁଥିଲେ। ଧରାପଡିବା ପରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।

Share