୧୦ରୁ ୪୯ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମରେ ହେବ କୋଭିଡ-୧୯ର ଚିକିତ୍ସା

ନୂଆଦିଲ୍ଲୀ,୧୪।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ରୋଗୀଙ୍କ ପାଇଁ ବେଡ୍‌ର ଆବଶ୍ୟକତା ଜରୁରୀ ହୋଇପଡିଛି। ତେଣୁ ଦିଲ୍ଲୀରେ ଥିବା ନର୍ସିଂ ହୋମ ଗୁଡିକୁ କରୋନା ଚିକିତ୍ସାରେ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୧୦ରୁ ୪୯ ଶଯ୍ୟା ବିଶିଷ୍ଟ ନିର୍ସିଂ ହୋମରେ କରୋନା ରୋଗୀଙ୍କ ଚିକିତ୍ସା ହୋଇ ପାରିବ ବୋଲି ସରକାର କହିଛନ୍ତି। ତେବେ କେବଳ ଚକ୍ଷୁ ଚିକିତ୍ସା ହେଉଥିବା ନର୍ସିଂ ହୋମ, ଇଏନ୍‌ଟି ସେଣ୍ଟର, ଡାଏଲିସିସ ସେଣ୍ଟର, ମ୍ୟାଟରନିଟି ହୋମ୍ସ ଓ ଆଇଭିଏଫ୍‌ ସେଣ୍ଟରକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ନିର୍ଦ୍ଦେଶ ଜାରି ହେବା ୩ ଦିନ ମଧ୍ୟରେ ୧୦-୪୯ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମ କରୋନା ରୋଗୀଙ୍କୁ ସେବା ଯୋଗାଇ ଦେବେ ବୋଲି କୁହାଯାଇଛି।

Share