ଗଞ୍ଜାମ,୧୮ା୪(ଡି.ଏନ୍.ଏ.)- କରୋନା ପାଇଁ ଲକ୍ଡାଉନ ପରେ ଗରିବ, ଅସହାୟ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। କାମଧନ୍ଦା ବନ୍ଦ ଯୋଗୁ ଜିବନ ଜୀବିକା ପ୍ରଭାବିତ ହେବା ସହ ଖାଦ୍ୟ ଯୋଗାଡରେ ସମସ୍ୟା ଦେଖାଦେଉଛି। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଗଞ୍ଜାମ ଅଞ୍ଚଳର କେତେଜଣ ସାମାଜିକକର୍ମୀ। ପୂର୍ବତନ ଏମ୍ପି ପ୍ରତିନିଧି ତଥା ସାମାଜିକକର୍ମୀ ସୁଧୀର କୁମାର ପାଢ଼ୀ, ବିଜେଡି ଯୁବନେତା ରାକେଶ ରଞ୍ଜନ ଦାସ, ପିଣ୍ଟୁ ସୁବୁଦ୍ଧି, ବିଭୁ ପ୍ରସାଦ ତରାଇ ପ୍ରମୁଖ ଶନିବାର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ଭେଟି ଏକଶହ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଯଥା ଅଟା, ଆଳୁ, ବିସ୍କୁଟ ସହ ସାବୁନ ପ୍ରଦାନ କରାଯାଇଛି।