Advertisement

୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ୭୧ବର୍ଷୀୟ ବୃଦ୍ଧ ଗିରଫ

ଲୁଇସିୟାନା, ୧୮।୪: ବଳାତ୍କାର ଅଭିଯୋଗରେ ଜଣେ ୭୧ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଅଧିକାଂଶ ନାବାଳିକା। ସୂଚନାଯୋଗ୍ୟ, ଆମେରିକାର ଲୁଇସିୟାନା ସହରରେ ବାସ କରୁଥିବା ଫାଉଣ୍ଟେନ ନାମକ ଏହି ବ୍ୟକ୍ତି ୧୯୭୦ରୁ ଏଭଳି ଜଘନ୍ୟ କାଣ୍ଡ କରିବା ଆରମ୍ଭ କରିଥିଲେ। କିନ୍ତୁ ପ୍ରମାଣ ଅଭାବରୁ ବର୍ତ୍ତି ଯାଉଥିଲେ। ଗତ ଏପ୍ରିଲ ୯ରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଜେରାବେଳେ ପୋଲିସ ଆଗରେ ସବୁ ସତ ଘଟଣା ପ୍ରକାଶ କରିଥିଲେ ଫାଉଣ୍ଟେନ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: luiciyana