Categories: ଖେଳ

୧୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏହି ପ୍ରସିଦ୍ଧ ଖେଳାଳି

ବିଶ୍ୱ ଗଲ୍‌ଫର ସବୁଠୁ ବଡ଼ ନାମ ଟାଇଗର ଉଡ୍ସ। ଏହି ପ୍ରସିଦ୍ଧ ଖେଳାଳି ଏକଦା ୧୨୧ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନିଜ ଆଡୁ କହିଥିଲେ। ଏହି ତାଲିକାରେ ଫ୍ଲୋରିଡାରେ ତାଙ୍କ ପଡ଼ୋଶୀଙ୍କ ୨୧ ବର୍ଷୀୟା ଝିଅ ରିଚେଲ କୁଡରିଟ ମଧ୍ୟ ସାମିଲ ଅଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଟାଇଗରଙ୍କ ପତ୍ନୀ ଇଲିନ ନର୍ଡେଗ୍ରେନ ଅଫିସିଆଲ ଡିଭୋର୍ସ ନିଷ୍ପତ୍ତି ନେଇଥିଲେ। ଏହି ମାମଲାର ସେଟଲମେଣ୍ଟ ପାଇଁ ଉଡ୍ସଙ୍କୁ ୫୦୦ ନିୟୁତ ଆମେରିକୀୟ ଡଲାର ଦେବାକୁ ପଡ଼ିଥିଲା, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୫୦ କୋଟି ଟଙ୍କା। ଟାଇଗର ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବିଷୟ ପ୍ରଥମେ ପ୍ରକାଶ ପାଇବା ପରେ ଗୋଟିଏ ପରେ ଗୋଟିଏ ମହିଳା ଆଗକୁ ଆସିଥିଲେ। ଏହି ତାଲିକାରେ ପର୍ନ କୁଇନ ଡେଭନ ଜେମ୍ସ ମଧ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନ୍ୟତମ ଜେମି ଜଙ୍ଗର୍ସ କହିଥିଲେ, ଯେଉଁଦିନ ଉଡ୍ସଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା, ସେଦିନ ମଧ୍ୟ ଉଭୟେ ରୋମାନ୍ସ କରିଥିଲେ।

Share