ନୂଆଦିଲ୍ଲୀ,୧୫ା୩: ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ତଥା ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ମେଟା(ପୂର୍ବର ଫେସ୍ବୁକ୍) ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ମଧ୍ୟ କମ୍ପାନୀ ପ୍ରାୟ ୧୧ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ମେଟାର ସିଇଓ ମାର୍କ ଜୁକରବର୍ଗ କର୍ମଚାରୀମାନଙ୍କୁ ଏକ ବାର୍ତ୍ତାରେ କହିଛନ୍ତି, କମ୍ପାନୀ ତା’ର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଯାଉଛି। ଏପରିକି ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଗତ ୪ମାସ ତଳେ ମେଟାରୁ ୧୧ହଜାର କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସେହିଭଳି ଏକ ଆଭ୍ୟନ୍ତରୀଣ ବୈଠକରେ ସେ କମ୍ପାନୀରେ ଆହୁରି ଛଟେଇ ହେବାର ସମ୍ଭାବନା ବିଷୟରେ ପ୍ରକାଶ କରିଥିଲେ।