Categories: ଫୁରସତ

୧୦୦୦ ବର୍ଷ ମଧ୍ୟରେ ବସନ୍ତ ପଞ୍ଚମୀଠାରୁ କେବେ ବି ଆରମ୍ଭ ହୋଇନି ବସନ୍ତ ଋତୁ

ନୂଆଦିଲ୍ଲୀ,୨୯।୧: କୁହାଯାଏ ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ତେବେ ଗତ ୧୦୦୦ ବର୍ଷ ମଧ୍ୟରେ କେବେ ମଧ୍ୟ ବସନ୍ତ ପଞ୍ଚମୀଠାରୁ ବସନ୍ତ ଋତୁର ଆରମ୍ଭ ହୋଇନି। ଚଳିତ ବର୍ଷ ଜାନୁୟାରୀ ୩୦ରେ ବସନ୍ତ ପଞ୍ଚମୀ ପଡୁଥିବା ବେଳେ ଫେବୃୟାରୀ ୧୮ଠାରୁ ବସନ୍ତ ଋତୁ ଆରମ୍ଭ ହେଉଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଗଣେଶ ମିଶ୍ରା ସୂଚନା ଦେଇଛନ୍ତି। ତେବେ ଏହି ଦିନ ବିଦ୍ୟାଦାତ୍ରୀ ମାତା ସରସ୍ବତୀ ପ୍ରକଟ ହୋଇଥିବାରୁ ମାତାଙ୍କ ପୂଜା କରାଯାଇଥାଏ। ଏହି ଦିନଠାରୁ ବସନ୍ତ ମାସ ୧୦ମ ଶତାବ୍ଦୀରେ ଆରମ୍ଭ ହେଉଥିଲା। ତେଣୁ ଏହି ମାସର ପୂର୍ଣ୍ଣିମାରେ ସେତେବେଳେ ବସନ୍ତୋତ୍ସବ ପାଳନ କରାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ଏଭଳି ସଂଯୋଗ ଆଉ ଘଟି ନ ଥିଲା। ପୁଣି ଏକ ହଜାର ବର୍ଷ ପରେ ହୁଏତ ଏଭଳି ହେବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି।

Share