ମଧ୍ୟପ୍ରଦେଶର ଶିବା ସହରରେ ରହିଛି ୧୦୦୧ ଛିତ୍ର ଥିବା ଧବଳ ଶିବଲିଙ୍ଗ। ଏଠାରେ ଥିବା ମହା ମୃତ୍ୟୁଞ୍ଜୟ ମନ୍ଦିରରେ ଏହି ଚମତ୍କାରି ଶିବ ଲିଙ୍ଗ ରହିଛି। ଏହାକୁ ଦେଖିବାକୁ ଦୂର ଦୂରାନ୍ତରରୁ ଭକ୍ତମାନେ ଆସିଥାଆନ୍ତି। ଏଠାରେ ଶିବଙ୍କୁ ମହାମୃତ୍ୟୁଞ୍ଜୟ ଭାବେ ପୂଜା କରାଯାଇଥାଏ। ଲୋକଙ୍କର ବିଶ୍ୱାସ ରହିଛି କି ଏହି ୧୦୦୧ ଛିତ୍ର ଥିବା ଧବଳ ଶିବଲିଙ୍ଗ ଅକାଳ ମୃତ୍ୟୁରୁ ଜନତାଙ୍କୁ ରକ୍ଷା କରିଥାଏ। କୁହାଯାଏ ଏଠାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠକଲେ ଅକାଳ ମୃତ୍ୟୁ ଦୂରେଇ ଯାଇଥାଏ। ଏଠାରେ ମନସ୍କାମନା କଲେ ନାନଦି ବ୍ୟାଧି ଦୂର ହୋଇଥାଏ ବୋଲି କୁହାଯାଏ। ଆଉ ମସ୍କାମନା ପୂରଣ ହେଲେ ଧବଳ ଶିବଲିଙ୍ଗ ନିକଯରେ ନଡ଼ିଆ ଓ ବେଲପତ୍ର ଚଢାଯାଇଥାଏ।