Categories: ବାଣିଜ୍ୟ

୧୦୦ କୋଟିରୁ ଉର୍ଦ୍ଧ୍ୱ ଉଠାଣ କରିଛନ୍ତି ୪୪୮ ସଂସ୍ଥା

ନୂଆଦିଲ୍ଲୀ,୧୧-୭: ଗତ ଗୋଟିଏ ବର୍ଷ ମଧ୍ୟରେ ଦେଶର ୪୪୮ ସଂସ୍ଥା ପ୍ରତ୍ୟେକ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ କରିଛନ୍ତି। ଏହି ସଂସ୍ଥାଗୁଡିକ ମିଳିତ ଭାବେ ୫.୫୬ ଲକ୍ଷ କୋଟି ଟଙ୍କା ଉଠାଇଥିବା ଜଣା ପଡିଛି। ଏଭଳି ଉଠାଣକୁ ନଜରରେ ରଖି ସରକାର ବାର୍ଷିକ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଟିଡିଏସ୍‌ ଲାଗୁ କରିବାକୁ ପଦକ୍ଷେପ ନେଇଛନ୍ତି। ୨୦୧୭-୧୮ରେ ୨ ଲକ୍ଷ ବ୍ୟକ୍ତି ଏବଂ ବାଣିଜ୍ୟ ସଂସ୍ଥା ସେମାନଙ୍କ ଆକାଉଣ୍ଟରୁ ୧ କୋଟି ଟଙ୍କାରୁ ଅଧିକ ଉଠାଣ କରିଛନ୍ତି। ଏହି ସଂସ୍ଥାଗୁଡିକ ମିଳିତ ଭାବେ ୧୧.୩୧ ଲକ୍ଷ କୋଟି ଟଙ୍କାର ଉଠାଣ କରିଛନ୍ତି। ବାଣିଜି୍ୟକ ସଂସ୍ଥାଗୁଡିକର ନେଣଦେଣରେ କ୍ୟାଶ ବ୍ୟବହାର ପ୍ରୋତ୍ସାହିତ ନ କରିବାକୁ ୨% ଟିଡିଏସ୍‌ ଲାଗୁ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟରେ କହିଛନ୍ତି। ୨୦୧୭-୧୮ରେ ୧.୦୩ ଲକ୍ଷ ସଂସ୍ଥା ୧-୨ କୋଟି ଉଠାଣ କରିଛନ୍ତି। ଏମାନେ ମିଳିତ ଭାବେ ୧.୪୩ ଲକ୍ଷ କୋଟି ଉଠାଇଛନ୍ତି। ସେହିଭଳି ୨-୫ କୋଟି ଉଠାଣ କରିଥିବା ସଂସ୍ଥାଙ୍କ ସଂଖ୍ୟା ୫୮,୧୬୦ ରହିଛି। ଏହି ସଂସ୍ଥାଗୁଡିକ ମିଳିତ ଭାବେ ୧.୭୫ ଲକ୍ଷ କୋଟି, ୫-୧୦ କୋଟି ବର୍ଗରେ ଉଠାଣ କରିଥିବା ୧୪,୫୫୨ ସଂସ୍ଥା ମୋଟ ୯୮,୯୦୦ କୋଟି ଟଙ୍କା ଉଠାଇଛନ୍ତି। ସେହିଭଳି ୧୦-୧୦୦ କୋଟି ଉଠାଣ ବର୍ଗରେ ୭,୩୦୦ ଲୋକ ରହିଛନ୍ତି। ଏମାନେ ମୋଟ ୧.୫୭ ଲକ୍ଷ କୋଟି ଆକାଉଣ୍ଟରୁ କାଢିଛନ୍ତି।

Share